ପାଇକମାଲ, ୨୨/୧ (ଇମିସ): ପାଇକମାଲଠାରେ 'ହେପି ପାଇକମାଲ' ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ଲକ୍ଷ୍ମୀକାନ୍ତ ପ୍ରଧାନ, ପ୍ରିୟକାନ୍ତ ପ୍ରଧାନ, ସୁବାସ ମେହେର, ଦୀପା ବାରିକ ଓ ରାହୁଲ ବୁଡେକ ମଞ୍ଚାସୀନ ଥିଲେ ।

ଅନୁଷ୍ଠାନର ସଭାପତି ଯୋଗେଶ ଅଗ୍ରୱାଲ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିବିକ୍ରମ ସାହୁ, ପୁରନ୍ଦର ପ୍ରଧାନ, ରବି ନାୟକ, ରୁଦ୍ରାନନ୍ଦ ସାହୁ, ରୋଶନ ପାଣିଗ୍ରାହୀ ଓ ଲିପୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ସମ୍ପାଦକ କୁନ୍ଦନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପାଇକମାଲ ଅଞ୍ଚଳର ବିକାଶ ପାଇଁ ୨୦୨୩ ମସିହାରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା । ୨୦୨୫ରେ ଏହା ଏକ ଟ୍ରଷ୍ଟ ଭାବେ ପଞ୍ଜିକୃତ ହୋଇଥିଲା । ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସମାଜସେବା, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ ଆଦି ଆୟୋଜନ କରିଆସୁଛି ।

What's your reaction?

YOGESH AGRAWAL

1 followers Kurnool, Madhya Pradesh

Contributor at Happy Paikmal

View all articles

Comments (0)