ପାଇକମାଳ (ହେପି ପାଇକମାଳ ନ୍ୟୁଜ୍):
ପାଇକମାଳ ସାର୍ବଜନୀନ ଦୁର୍ଗାପୂଜା ମନ୍ଦିର ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ମନ୍ଦିରର ନୂତନ ମୁଖ୍ୟ ପୂଜକ ଭାବେ ଶ୍ରୀ ଦିଗାମ୍ବର ଦେବତା ମନୋନୀତ ହୋଇଛନ୍ତି। ତାଙ୍କର ଏହି ନୂତନ ଦାୟିତ୍ୱ ଗ୍ରହଣ ପରେ ସ୍ଥାନୀୟ ଶ୍ରଦ୍ଧାଳୁ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।
ଶ୍ରୀ ଦିଗାମ୍ବର ଦେବତାଙ୍କ ମନୋନୟନ ପରେ ଅଞ୍ଚଳବାସୀ ତଥା ପୂଜା କମିଟି ପକ୍ଷରୁ ତାଙ୍କୁ ହୃଦୟର ସହିତ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ମା’ ଦୁର୍ଗାଙ୍କ ଅପାର କରୁଣାରୁ ସେ ନିଜର ଏହି ପବିତ୍ର ଦାୟିତ୍ୱକୁ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହିତ ସୂଚାରୁରୂପେ ତୁଲାଇବେ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି। ଏଥିସହ ମା’ଙ୍କ କୃପାରୁ ସମଗ୍ର ପାଇକମାଳ ଅଞ୍ଚଳରେ ସୁଖ, ଶାନ୍ତି, ଏକତା ଓ ସମୃଦ୍ଧି ବଜାୟ ରହୁ ବୋଲି ପ୍ରାର୍ଥନା କରାଯାଇଛି। ନୂତନ ପୂଜକ ଶ୍ରୀ ଦେବତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ' ପାଇକମାଳ' ପରିବାର ତରଫରୁ ଢେର ସାରା ଶୁଭକାମନା।
🌺 ଜୟ ମା’ ଦୁର୍ଗା! 🌺
Gallery
Comments (0)
Login or Register to leave a comment.