ପାଇକମାଳ: ପାଇକମାଳ ସଡ଼କ ପଡା ଅଞ୍ଚଳରେ ଉଗ୍ର ରୂପ ନେଇଛି ପାଣି ସମସ୍ୟା ଓ ଡ୍ରେନ ସମସ୍ୟା। ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଓ ଡ୍ରେନ ର ସମସ୍ୟା ଭୋଗୁଥିବା ସ୍ଥାନୀୟ ବାସିନ୍ଦା ଶେଷରେ ବାଧ୍ୟ ହୋଇ ଆଜି ସକାଳୁ ସକାଳୁ ରାସ୍ତାରୋକ କରିଛନ୍ତି। ବିଶେଷ କରି ଅଞ୍ଚଳର ମହିଳାମାନେ ଏକାଠି ହୋଇ ସଡ଼କ ପଡା ମୁଖ୍ୟ ରାସ୍ତା ଉପରେ ଚଟେଇ ପାରି ବସି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।
ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ମଝିରେ ଦଉଡ଼ି ବାନ୍ଧି ଗାଡ଼ି ମୋଟର ଚଳାଚଳକୁ ଅଟକାଇ ଦେଇଛନ୍ତି, ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନ ଅଟକି ରହିଛି। ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ହୋଇଛି। ଯେପର୍ଯ୍ୟନ୍ତ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ରେ ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।
Hashtags:
#Paikamal #WaterCrisis #RoadBlock #OdishaNews #DrinkingWaterIssue #PublicProtest #WaterScarcity #BreakingNewsOdisha #happypaikmal
Gallery
Comments (0)
Login or Register to leave a comment.