ପାଇକମାଳ (ହାପି ପାଇକମାଳ ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଐତିହାସିକ ସାଂସ୍କୃତିକ ଗଣପର୍ବ "ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଳା" ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମେଳାର ସୁପରିଚାଳନା, ଶୃଙ୍ଖଳିତ ଦର୍ଶନ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଏହି ବୈଠକରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସ୍ଥାନୀୟ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ମେଳାର ସଫଳତା ଯେଉଁ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ନିର୍ଭର କରେ, ସେହି ପ୍ରମୁଖ ଜିଲ୍ଲାପାଳ ନିଜେ ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରୁ ଗାୟବ ଥିବା ଦେଖିବାକୁ ମିଳିଛି। ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରଟି ଖାଲି ପଡ଼ିଥିବା ବେଳେ ଅନ୍ୟ ଅଧିକାରୀମାନଙ୍କୁ ନେଇ ବୈଠକ ଶେଷ କରାଯାଇଛି।
ଖାଲି ଚେୟାରକୁ ନେଇ ଚର୍ଚ୍ଚା ଜୋର:
ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ ପାଇକମାଳର ପ୍ରସିଦ୍ଧ ନୃସିଂହନାଥ ପୀଠରେ ପ୍ରତିବର୍ଷ ବୈଶାଖ ମେଳା ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ସୁରକ୍ଷା ବ୍ୟବସ୍ଥା ଏବଂ ଗମନାଗମନର ସଠିକ୍ ବ୍ୟବସ୍ଥା କରିବା ଜିଲ୍ଲା ପ୍ରଶାସନର ମୁଖ୍ୟ ଦାୟିତ୍ୱ। ଏଭଳି ଏକ ସମ୍ବେଦନଶୀଳ ତଥା ବଡ଼ ଆୟୋଜନର ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ପ୍ରଶାସନର ମେଳା ପ୍ରତି ଥିବା ଆନ୍ତରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ଲୋକେ ଓ ଶ୍ରଦ୍ଧାଳୁ କ୍ଷୁବ୍ଧ:
ବୈଠକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଜନସାଧାରଣ ଓ ସାମାଜିକ କର୍ମୀମାନେ ନିଜର ଆପତ୍ତି ପ୍ରକାଶ କରିଛନ୍ତି। ଲୋକଙ୍କ କହିବା କଥା ହେଲା- "ଯଦି ଜିଲ୍ଲାପାଳ ନିଜେ ଏହି ବୈଠକରେ ଉପସ୍ଥିତ ରହିବେ ନାହିଁ, ତେବେ ତଳସ୍ତରର ଅଧିକାରୀମାନେ ମେଳା କାମକୁ କେତେ ଗମ୍ଭୀରତାର ସହ ନେବେ, ତାହା ସହଜରେ ଅନୁମେୟ। ଏହା କଣ ପ୍ରଶାସନର ନୃସିଂହନାଥ ପୀଠ ଓ ଆଞ୍ଚଳିକ ଭାବେଗ ପ୍ରତି ଅବହେଳା ନୁହେଁ କି?"
କେମିତି ହେବ ମେଳା ପରିଚାଳନା?
ବୈଶାଖ ମେଳା ସମୟରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା, ପାର୍କିଂ ବ୍ୟବସ୍ଥା ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ ନିଷ୍ପତ୍ତିର ଆବଶ୍ୟକତା ରହିଥାଏ। ଜିଲ୍ଲାପାଳଙ୍କ ବିନା ଏହି ସବୁ ସମସ୍ୟାର ସଠିକ୍ ସମାଧାନ ଏବଂ ବଜେଟ୍ ଅନୁମୋଦନ କେମିତି ହେବ, ତାକୁ ନେଇ ଏବେ ସଂଶୟ ଦେଖାଦେଇଛି।
ହାପି ପାଇକମାଳର ପ୍ରଶ୍ନ: ପ୍ରଶାସନିକ ସ୍ତରରେ ଏଭଳି ଉଦାସୀନତା କାହିଁକି? ପ୍ରତିବର୍ଷ ମେଳା ସମୟରେ ଭକ୍ତମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲାପାଳଙ୍କ ଏହି ଅନୁପସ୍ଥିତି ମେଳାର ପ୍ରସ୍ତୁତିକୁ ଫିକା କରିଦେବ ନାହିଁ त?
ଜିଲ୍ଲା ପ୍ରଶାସନ ଏହି ବିଷୟକୁ ଗମ୍ଭୀରତାର ସହ ନେଇ ମେଳା ଆରମ୍ଭ ହେବା ପୂର୍ବରୁ ସମସ୍ତ ବ୍ୟବସ୍ଥା ତଦାରଖ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଆଞ୍ଚଳିକ ତଥା ପାଇକମାଳର ସମସ୍ତ ସପ୍ରମାଣ ସାମ୍ପ୍ରତିକ ଖବର ପାଇଁ ଆମ ପେଜ୍ "Happy Paikmal" କୁ Follow ଏବଂ Like କରନ୍ତୁ।
Gallery
Comments (0)
Login or Register to leave a comment.